See more of Akshaya Mohanty on Facebook

Photos
Posts
ଏଇ ଦେହ ଦିନେ
ଏଇ ଦେହ ଦିନେ ସେ ତ ମରେ
ତା' ଆଗରୁ ମରିଯାଏ ମନ
ନୟନର ଦୀପ ଦିନେ ଲିଭେ...
ତା' ଆଗରୁ ହଜେ ତ ସପନ ।।୦।।
ଆଶା ସବୁ ପାଣିଗାର
ତାକୁ ନେଇ ଖେଳେ ତ ହୃଦୟ
ଜୀବନର ସେଇପାଇଁ
ବହୁବାର ହୁଏ ପରାଜୟ
ମଳୟର ଛୁଆଁ ପାଏ ହେଲେ
ବହୁ ତରୁ ହୁଏନା ଚନ୍ଦନ ।।୧।।
ଜୀବନଟା ସରିଯାଏ
ବହୁବେଳେ ମିଛ କଥା କହି
କେବେ ଅବା ପ୍ରେମ କେବେ
ଛାତି ତଳ କ୍ଷତକୁ ଲୁଚାଇ
ଦୁନିଆର ସବୁଠାରୁ ସତ
ରହିଯାଏ ସବୁଠୁ ଗୋପନ ।।୨।।
ବହି ନୁହେଁ ମନର ଡାଏରୀ
ବହି ନୁହେଁ ମନର ଡାଏରୀ
ଜୀବନର ଶେଷ ଯାଏ ଲେଖା ଚାଲେ
ଯାଏନା ତ ସରି ।।୦।।
ବହିପଢି ଅନୁଭୂତି କିଛି କିଣିହୁଏ
ମନ ପଢି ଅନୁଭୂତି କିଛି ତୋଳି ହୁଏ
ଜୀବନର ଶେଷ ଯାଏ ଜଳୁଥାଏ ପ୍ରେମର ଦିହୁଡ଼ି ।।୧।।
ତୁମେ କେତେ ପଢ଼ିଗଲ ହିସାବ ରଖିନି
ମୁଁ କେତେ ଭାବିଛି ତାର ହିସାବ ରଖିନି
ସେଥିପାଇଁ ଆଜି ମୁଁ ଯେ ସୂର୍ଯ୍ୟ ଆଉ
ତୁମେ ସକାଳ କୁହୁଡି ।।୨।।
Posts